ଘଟଣା ଓ ଦୁର୍ଘଟଣା

ଗାଧୋଇବା ବେଳେ କେନାଲରେ ବୁଡ଼ି ଯୁବକ ନିଖୋଜ, ଖୋଜୁଛନ୍ତି ଆଗ୍ନିକ

By Angul TV Bureau

August 27, 2023

ତାଳଚେର : ତାଳଚେର ବାଇପାସ୍ ଛକ ନିକଟସ୍ଥ କେନାଲରେ ଗାଧୋଇବା ବେଳେ ବୁଡ଼ି ଯାଇ ଜଣେ ବ୍ୟକ୍ତି ନିଖୋଜ ହୋଇଛନ୍ତି। ନିଖୋଜ ବ୍ୟକ୍ତି ହେଲେ ବାବୁ (୪୫)। ଘଟଣାସ୍ଥଳରେ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିପାରି ନାହିଁ।

ସୂଚନା ମୁତାବକ, ବାବୁ ସ୍ଥାନୀୟ ପୌରପରିଷଦ ୧୩ନମ୍ବର ୱାର୍ଡ଼ ବାଇପାସ୍ ଅଞ୍ଚଳରେ ଭଡ଼ାଘର ନେଇ ଦୀର୍ଘବର୍ଷ ହେବ ରହି ଆସୁଛନ୍ତି। ସେ ଜରି, ବୋତଲ, ପ୍ଲାଷ୍ଟିକ ଇତ୍ୟାଦି ଗୋଟାଇ ପରିବାର ଚଳାନ୍ତି। ସେ ଆଜି ବାଇପାସ୍ ଛକ ନିକଟସ୍ଥ କେନାଲରେ ଗାଧୋଉଥିବା ବେଳେ ଅସାବଧାନତାବଶତଃ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ସେ ବୁଡ଼ିଯିବା ଦେଖି ଉପସ୍ଥିତ ଲୋକ ଚିତ୍କାର କରିଥିଲେ। ଖବର ପାଇ ପୋଲିସ୍ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ତାଙ୍କ ପତ୍ତା ମିଳିପାରି ନାହିଁ।