ଘଟଣା ଓ ଦୁର୍ଘଟଣା

ମାଉଜର୍ ସହ ୩ ଗୁଳି ଜବତ ଯୁବକ ଗିରଫ, ତନାଘନା ଜାରି

By Angul TV Bureau

April 18, 2021

ଅନୁଗୁଳ : କିଶୋରନଗର ବ୍ଲକ୍ ହଣ୍ଡପା ଥାନା ପୁଲିସ ନାଗାଝରଣ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଚଢ଼ଉ କରି ଏକ ମାଉଜର୍ ସାଙ୍ଗକୁ ୩ଟି ଗୁଳି ଜବତ କରିଛି। ଚୋରା ମାଉଜର୍ କାରବାର ନେଇ ମଦନ ପ୍ରଧାନ ନାମକ ଜଣେ ଯୁବକକୁ ପୁଲିସ ଗିରଫ କରିଛି। ଗିରଫ ମଦନର ଘର କିଶୋରନଗର ଥାନା ଅନ୍ତର୍ଗତ ବୈରାରପାଲି ଗ୍ରାମରେ ବୋଲି ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମଦନ ନାଗାଝରଣ ଅଞ୍ଚଳରେ ମାଉଜର ଚୋରା କାରବାର ଚଳାଇବା ସହ ଲୋକଙ୍କୁ ଭୟଭୀତ କରୁଥିଲା ବୋଲି ପୁଲିସ ସୂଚନା ପାଇଥିଲା । ପୁଲିସ ମଦନକୁ କାବୁ କରି ଯାଞ୍ଚ କରିବାରୁ ତା’ ପାଖରୁ ମାଉଜର ଜବତ ମିଳିଥିଲା। ତେବେ ପୁଲିସ କାବୁ କରିବାକୁ ଉଦ୍ୟମ କରିବା ବେଳେ ମାଉଜର୍‌ରେ ଆକ୍ରମଣ କରି ମଦନ ଖସିଯିବାକୁ ଉଦ୍ୟମ କରିଥିଲା। ଚୋରା ମାଉଜର୍ କାରବାର ନେଇ ପୁଲିସ ଅଧିକ ଅନୁସନ୍ଧାନ ଚଳାଇଛି।