ଘଟଣା ଓ ଦୁର୍ଘଟଣା

ସାଇବର ଠକେଇ ଶିକାର ହେଲେ ଯୁବକ

By Biswaranjan Pattnaik

August 02, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ବାଲିଜେରେଙ୍ଗ ଗାଁର ଜଣେ ଯୁବକ ସାଇବର ଠକେଇର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇଛନ୍ତି। ସୂଚନା ଯେ, ବାଲିଜେରେଙ୍ଗ ଗାଁର ସିଦ୍ଧାନ୍ତ ଦାସ(୩୦) ଫେସ୍‌ବୁକ୍‌ରେ ୨୦୨୧ ମସିହାର ଏକ ବିଜ୍ଞାପନ ଦେଖିଲେ ଯେ, ଏକ ବଲେରୋ ଜିପ୍ ବିକ୍ରି ହେବ। ସଥିରେ ଥିବା ଫୋନ୍ ନମ୍ବରେ ଯୋଗାଯୋଗ କରିବା ପରେ ବିଭିନ୍ନ ବାବଦକୁ ଏକ ଲକ୍ଷ ୨୦ ହଜାର ଟଙ୍କା ଦେଇଥିଲେ। ଏପରିକି ଗାଡ଼ି ଦେଖିବା ପାଇଁ ଠକ ବିକ୍ରେତାଙ୍କ କଥାରେ ଭିଶାଖାପାଟଣା ଯାଇ ନିରାଶ ହୋଇ ଫେରିଥିଲେ। ଠକେଇର ଶିକାର ହୋଇଥିବା ଜାଣିବାପରେ ସୋମବାର ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।