ଅନ୍ୟାନ୍ୟ

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତିକଲେ ଯୁବକ

By Angul TV Bureau

August 31, 2025

ଅନୁଗୁଳ: ଶନିବାର ସନ୍ଧ୍ୟା ସମୟରେ ଅନୁଗୁଳ ସହର ବଜାର ଛକ ଠାରେ ହାକିମପଡା ଅଞ୍ଚଳର ନରେଶ ନାମକ ଜଣେ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଗୁରୁତର ଅବସ୍ଥାରେ ସେ ରାସ୍ତାରେ ପଡି ରହିଥିବା ବେଳେ କିଛି ଯୁବଗୋଷ୍ଠୀ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ସୂଚନା ଯେ, ଅନୁଗୁଳ ବିଧାୟକଙ୍କ ପୁଅ ଆନନ୍ଦିତ ପ୍ରଧାନ ଉକ୍ତ ଘଟଣାକୁ ଦେଖିବା ପରେ ସଂଗେ ସଂଗେ ଭିନଟେଜ କ୍ଳବର କିଛି ଯୁବକ ମାନଙ୍କ ସହାୟତାରେ ଗୁରୁତର ନରେଶଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ନରେଶଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।