ଅନ୍ୟାନ୍ୟ

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯୁବ ଓ ଛାତ୍ର ବିଜେଡି କର୍ମକର୍ତା

By Biswaranjan Pattnaik

December 29, 2020

ଅନୁଗୁଳ: ଅନୁଗୁଳ ବସଷ୍ଟାଣ୍ଡ ରାଜା ଛକଠାରେ ଅନୁଗୁଳ ଯୁବ ବିଜେଡି ଓ ଛାତ୍ର ବିଜେଡି ପକ୍ଷରୁ ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢିଥିବା ଛାତ୍ରଛାତ୍ରୀଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତି ନେଇଥିବାରୁ ସାଧାରଣରେ ଆନନ୍ଦ ଖେଳିଯାଇଛି। ଏଣୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ପାଇଁ ଯୁବ ଜନତା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏଥିରେ ବିଜେଡି ଯୁବ ଜନତା ରାଜ୍ୟ ସଭାପତି ସୁଜିତ ପ୍ରସାଦ ଦ୍ବିବେଦୀ, ଯୁବନେତା ଅରୁଣାଭ ସିଂହ, ସରୋଜ ନାୟକ ଙ୍କ ସମେତ ବହୁ କର୍ମୀ ଯୋଗଦାନ କରିଥିଲେ।