ଘଟଣା ଓ ଦୁର୍ଘଟଣା

ଘରେ ପଶି ଟଙ୍କା ଚୋରିଯୁବକ ଗିରଫ, ଚୋରି ଟଙ୍କା ଜବତ

By Angul TV Bureau

November 25, 2025

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ନୁନୁକାପସି ଗ୍ରାମର ପ୍ରତିମା ମୁଣ୍ଡାଙ୍କ ଘରୁ ଟଙ୍କା ଚୋରି ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପ୍ରତିମାଙ୍କ ଅଭିଯୋଗକୁ ଆଧାର କରି ପୋଲିସ କେସ୍ ନମ୍ବର ୪୩୨/୨୫ ରେ ଏକ ମାମଲା ରୁଜୁ କରିଛି।ମିଳିଥିବା ସୂଚନା ଅନୁସାରେ, ପ୍ରତିମା ଘରେ ନଥିବା ବେଳେ ବଇଣ୍ଡା ଗ୍ରାମର ଚନ୍ଦନ ସାହୁ ଘରେ ପଶି ଟଙ୍କା ଚୋରି କରିଥିଲେ। ଏନେଇ ଥାନାରେ ଅଭିଯୋଗ କରିବା ପରେ ବଇଣ୍ଡା ଫାଣ୍ଡି ଅଧିକାରୀ ତପନ କୁମାର ରାଏ ଚନ୍ଦନକୁ ଗିରଫ କରିବା ସହ ଚୋରି କରିଥିବା ୧୦୦୦ ଟଙ୍କା ଜବତ ହୋଇଛି। ଏଥିସହିତ ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।