ଘଟଣା ଓ ଦୁର୍ଘଟଣା

ଭୂଜାଲୀରେ ମରଣାନ୍ତକ ଆକ୍ରମଣକରି ଯୁବକ ଗିରଫ

By Sanjeeb Biswal

January 17, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କଇଁଛପଦା ଗାଁଜରେ ଯୁବକଙ୍କୁ ଭୂଜାଲୀରେ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ମଙ୍ଗଳବାର ଜଣେ ଜୁବକଙ୍କୁ ଗିରଫ କରିଛି।

ସୂଚନା ଅନଯାୟୀ, କଇଁଛପଦା ଗାଁର ଅଜିତ କୁମାର ମହାପାତ୍ର(୩୨) ସୋମବାର ତାଙ୍କ ସାଙ୍ଗମାନଙ୍କସହ ଭୋଜି କରୁଥିଲେ। ସକାଳେ ଅଜିତ ତାଙ୍କ ଘର ସାମ୍ନାରେ ଗାଁର ଜଣେ ଯୁବକଙ୍କସହ କଥା ହେଉଥିଲେ। ଏହି ସମୟରେ ପଡ଼ୋଶୀ ଉତ୍ତମ ମହାପାତ୍ର(୪୦) ହାତରେ ଏକ ଭୂଜାଲୀ ଧରି ଅଜିତଙ୍କୁ ଗାଳି ଗୁଲଜକରି କହିଥିଲେ ଯେ, କାଲି ଭୋଜି କରିଲୁ ମୋତେ କାହିଁକି ଡ଼ାକିଲୁ ନାହିଁ। ଏ ନେଇ ପାଟି ଗୋଳ ହେବାରୁ ଉତ୍ତମ ଭୂଜାଲୀରେ ଅଜିତଙ୍କ ମୁଣ୍ଡ ଓ ପିଠିରେ ଆକ୍ରମଣ କରିଥିଲା। ଫଳରେ ଅଜିତ ଗୁରୁତର ଆହତ ହୋଇଥିଲେ। ସେଠାରେ ଗାଁ ଲୋକମାନେ ଉତ୍ତମଙ୍କ ଆକ୍ରମଣରୁ ଅଜିତଙ୍କୁ ଉଦ୍ଧାର କରିଥିଲେ। ଏ ନେଇ ଅଜିତଙ୍କ ଅଭିଯୋଗରେ ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଉତ୍ତମଙ୍କୁ ମଙ୍ଗଳବାର ପୋଲିସ ଗିରଫକରି କୋର୍ଟ ଚାଲାଣ କରିଛି।