ଘଟଣା ଓ ଦୁର୍ଘଟଣା

ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ଯୁବକ ଗିରଫ

By Biswaranjan Pattnaik

August 03, 2022

ଅନୁଗୁଳ: ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଯୋର ଜବର ଦୁଷ୍କର୍ମକରି ତାଙ୍କୁ ଗର୍ଭବତୀ କରାଇ ଫେରାର ଥିବା ଯୁବକଙ୍କୁ ପୋଲିସ ବୁଧବାର ଗିରଫ କରିଛି। ସୂଚନା ଅନୁଯାୟୀ, ଜରାସିଂହା(ମୁଣ୍ଡାସାହି)ର ରତନା ସିଂହ(୨୫) ୨ ବର୍ଷ ତଳେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ଯୋରଜବର ଦୁଷ୍କର୍ମ କରିଥିଲେ। ଏହାପରେ ରତନା ବାରମ୍ବାର ଦୁଷ୍କର୍ମ କରିଥିଲେ। ଫଳରେ ନବାଳିକା ଗର୍ଭବତୀ ହୋଇଥିଲେ। ବିବାହ କରିବାକୁ କହି ରତନା ଧରାଛୁଆଁ ଦେଇନଥିଲେ। ଗତ ୪ ମାସ ତଳେ ରତନା ଘରଛାଡ଼ି ପଳାଇଥିଲେ। ଇତିମଧ୍ୟରେ ନାବାଳିକାଙ୍କ ଗର୍ଭରୁ ୧ ମାସର ପୁତ୍ର ସନ୍ତାନ ଜନ୍ମଲାଭ କରିଛି। ରତନା ଫେରିବା ବାଟକୁ ଚାହିଁଥିବା ନାବାଳିକା ନିରାଶ ହେବାପରେ ମଙ୍ଗଳବାର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ବୁଧବାର ରତନାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।