ଘଟଣା ଓ ଦୁର୍ଘଟଣା

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

By Angul TV Bureau

August 03, 2022

ଅନୁଗୁଳ: ଅନୁଗୁଳ ଟାଉନଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ବୁଧବାର ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ। ସୂଚନା ଅନୁସାରେ, ଅନୁଗୁଳ ସହର ଉପକଣ୍ଠ ଟିପିରିସିଂହା ଗାଁର ସମିର ନାଏକ(୧୯) ଜଣେ ଅନ୍ୟ ଜାତିର ୧୭ ବର୍ଷର ନାବାଳିକାଙ୍କୁ ଭଲପାଇ ଗତ ୨୮ ତାରିଖରେ ଅପହରଣକରି ନେଇଥିଲେ। ତାଙ୍କୁ ଅନ୍ୟତ୍ର ନେଇ ସେଠାରେ ବାରମ୍ବାର ଦୁଷ୍କର୍ମ କରିଥିଲେ।

ଏ ନେଇ ନାବାଳିକାଙ୍କ ପରିବାର ତରଫରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ବୁଧବାର ନାବାଳିକାଙ୍କୁ ଉଦ୍ଧାର କରିବାସହ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଉଭୟଙ୍କ ଡ଼ାକ୍ତରୀ ପରୀକ୍ଷାପରେ ଅଭିଯୁକ୍ତ ସମିରଙ୍କୁ କୋର୍ଟ ଚାଲାଣ କରାଯାଇଛି।