ମୁଖ୍ୟ ଖବର

ପ୍ରେମ ପରେ ପ୍ରତାରଣା, ଅନିଛା ସତ୍ୱେ ଜୋରଜବରଦସ୍ତ ଶାରିରୀକ ସମ୍ପର୍କ ରଖିବା ଅଭିଯୋଗ: ଯୁବକ ଗିରଫ

By Angul TV Bureau

March 31, 2026

ଅନୁଗୁଳ: ଠାକୁରଗଡ ଥାନା ଟାପଢ଼ୋଲ ଅଞ୍ଚଳର ଜଣେ ଯୁବତୀ  ପ୍ରେମରେ ପ୍ରତାରଣାର ଶିକାର ହୋଇଛନ୍ତି। କଞ୍ଜା ଗାଁର ରବି ସାହୁଙ୍କ ପୁଅ ସୁବ୍ରତ ସାହୁ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ପ୍ରତାରଣାର ଶିକାର ହୋଇଥିବା ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ବନ୍ତଳା ପୋଲିସ ଛାନଭିନ ଆରମ୍ଭ କରି ମଙ୍ଗଳବର କଞ୍ଜା ଗାଁରୁ ସୁବ୍ରତକୁ ଗିରଫ କରିଥିବା ବନ୍ତଳା ଥାନା ଅଧିକାରୀ ବିଭୂତି ପ୍ରଧାନ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତ ୩ ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ପରେ ସୁବ୍ରତ ପୂର୍ବରୁ ବିବାହିତ ବୋଲି ଯୁବତୀ ଜାଣିବାକୁ ପାଇଥିଲେ। ଫଳରେ ଯୁବତୀ ଜଣକ ଧିରେ ଧିରେ ଯୁବକଙ୍କ ନିକଟରୁ ଦୂରେଇ ଯାଇଥିଲେ। ହେଲେ ଯୁବକ ବିବାହିତ ନୁହଁନ୍ତି ବୋଲି ସଫେଇ ଦେବାକୁ ବଡ଼କେରା ନିକଟ ଏକ ହନୁମାନ ମନ୍ଦିର ନିକଟକୁ ଯୁବତୀଙ୍କୁ ଡ଼ାକିଥିଲେ। ସେଠାରେ ଯୁବତୀଙ୍କ ଅନିଛା ସତ୍ବେ ତାଙ୍କ ସହ ଜୋରଜବରଦସ୍ତ ଶାରୀରିକ ସଂପର୍କ ରଖିବା ନେଇ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯୁବତୀ। ଏହାପରେ ଯୁବକ ଗିରଫ ହୋଇଛନ୍ତି।