ଘଟଣା ଓ ଦୁର୍ଘଟଣା

କୋଚିଂ ସେଣ୍ଟରରୁ ସାଇକେଲ ଚୋରି କରି ବନ୍ଧା ହେଲେ ଯୁବକ

By Angul TV Bureau

January 29, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅମଲାପଡ଼ାର ଏକ କୋଚିଂ ସେଣ୍ଟରରୁ ସାଇକେଲ ଚୋରି କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ ରାସୋଳ ଥାନା ବେଡ଼ାପଡ଼ା ଗାଁର ସୁନିଲ ସାହୁ (୩୫)।

ସୂଚନା ଅନୁସାରେ, ମଙ୍ଗଳବାର ହେମସୁରପଡ଼ାର ଜଣେ ଛାତ୍ର ଅମଲାପଡ଼ାର ଏକ କୋଚିଂ ସେଣ୍ଟରକୁ ଟ୍ୟୁସନ ପାଇଁ ଆସିଥିଲେ। ସେ ବାହାରେ ସାଇକେଲ ରଖି ଟ୍ୟୁସନକୁ ଯାଇଥିଲେ। କିନ୍ତୁ ଫେରି ଦେଖିଲା ବେଳକୁ ସାଇକେଲ ନାହିଁ। ଏନେଇ ସେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଆଜି ଅଭିଯୁକ୍ତ ସୁନିଲ ସାହୁକୁ ଗିରଫ କରିଛି।