ଘଟଣା ଓ ଦୁର୍ଘଟଣା

ବାଇକ ଡିକି ଭାଙ୍ଗି ଟଙ୍କା ଚୋରି ଉଦ୍ୟମ ଫେଲ୍, ଧରାପଡ଼ି ଛେଚା ଖାଇବା ପରେ ବନ୍ଧା ହେଲା ଯୁବକ

By Angul TV Bureau

June 03, 2023

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ନୂଆ ବସ ଷ୍ଟାଣ୍ଡରେ ବାଇକ ଡିକି ଭାଙ୍ଗି ଟଙ୍କା ଚୋରି କରୁଥିବା ଜଣେ ଯୁବକକୁ ସ୍ଥାନୀୟ ଲୋକେ ଧରି ପୋଲିସରେ ଦେଇଛନ୍ତି।

ସୂଚନା ମୁତାବକ, ସ୍ଥାନୀୟ ଅଂକୁଲା ଗ୍ରାମର କପିଳ ସେନାପତି ଆଜି ଖରାବେଳେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ବାଇକ ଡିକିରେ ଟଙ୍କା ରଖି ନୂଆ ବସ ଷ୍ଟାଣ୍ଡକୁ କିଛି କାମରେ ଯାଇଥିଲେ। ସେ ବାଇକକୁ ବସ ଷ୍ଟାଣ୍ଡ ଭିତରେ ଥିବା ପାର୍କିଂରେ ରଖିଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କ ବାଇକ ଡିକି ଟଙ୍କା ଚୋରି କରିବାକୁ ଉଦ୍ୟମ କରୁଥିଲା। ଏହା ଦେଖି କପିଳ ପାଟି କରିବାରୁ ସେଠାରେ ଥିବା ଅନ୍ୟ ଲୋକମାନେ ଆସି ଚୋରକୁ କାବୁ କରିବା ସହ ଉତ୍ତମ ମଧ୍ୟମ ଦେଇଥିଲେ। ଖବର ପାଇ ଅନୁଗୁଳ ପୋଲିସ ପହଞ୍ଚି ଯୁବକକୁ ଗିରଫ କରିଛି।