ଅନୁଗୁଳ: ଅନୁଗୁଳ ମ୍ୟୁନିସିପାଲିଟି ବିଜୁ ଯୁବ ଜନତା ଦଳ ସମ୍ପାଦକ ସୌମ୍ୟରଞ୍ଜନ ମହାପାତ୍ର ଓ କର୍ମକର୍ତ୍ତା ଆଜି ବିଜେପିରେ ଯୋଗଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୀତି ଆଦର୍ଶ ଏବଂ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡି ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି। ବିଜେପି ନେତା ଦିଲୀପ ଦାସ, ଅନୁଗୁଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସିଦ୍ଧାର୍ଥ ରାଉତରାୟ, ବିଜେପି ଯୁବମୋର୍ଚ୍ଚା ଉପସଭାପତି ପୁରୁଷୋତ୍ତମ ନାୟକ, ବିଜେପି ଯୁବମୋର୍ଚ୍ଚା ସଦସ୍ୟ ଶ୍ରୀକାନ୍ତ ବାରିକ ଉପସ୍ଥିତ ରହି ତାଙ୍କୁ ଦଳକୁ ସ୍ୱାଗତ୍ ଜଣାଇଥିଲେ।