ଅନ୍ୟାନ୍ୟ

ବଅଁରପାଳର ଯୁବ ବିଜେଡି ନେତା ନରେଶ ବେହେରାଙ୍କ ଦେହାନ୍ତ, ଦୀର୍ଘ ଦିନ ହେଲା ଥିଲେ ଚିକିତ୍ସାଧୀନ

By Angul TV Bureau

May 13, 2023

ବଅଁରପାଳ: ବଅଁରପାଳ ବ୍ଲକ ଅଞ୍ଚଳର ଯୁବ ବିଜେଡି ନେତା ନରେଶ ବେହେରାଙ୍କର ଆଜି ଅନୁଗୁଳର ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି। ସେ ଦୀର୍ଘ ଦିନରୁ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ। ସେ ଜଣେ ମେଳାପୀ ଓ ଧର୍ମପରାୟଣ ଯୁବକ ଥିଲେ।

ପୂର୍ବରୁ ନରେଶ ଢେଙ୍କାନାଳର ପୂର୍ବତନ ଏମପି ତଥାଗତ ସତପଥୀଙ୍କ ବଅଁରପାଳ ପ୍ରତିନିଧି ଥିଲେ। ତାଙ୍କ ଅକାଳ ବିୟୋଗରେ ବଅଁରପାଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ତାଙ୍କ ବିୟୋଗରେ ପୂର୍ବତନ ଏମପି ତଥାଗତ ସତପଥୀ, ପୂର୍ବତନ ନଗରପାଳ ଭକ୍ତି ପ୍ରସାଦ ଦାସ, ବିଜେଡି ଉପସଭାପତି ବାଉରୀବନ୍ଧୁ ସାହୁ, ଯୁବନେତା କମଳଲୋଚନ ଦାସ, ଦୁର୍ଯ୍ୟୋଧନ ଅମାତ, କୃପାସିନ୍ଧୁ ସାମଲ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।