ଘଟଣା ଓ ଦୁର୍ଘଟଣା

ଘରୋଇ ଋଣ ନେଇ ସୁଧ ଦେଇପାରିଲେନି… ଚାପରେ ଯୁବକଙ୍କ ଆତ୍ମହତ୍ୟା

By Angul TV Bureau

July 07, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଝିଣ୍ଟିପାଳ ଗ୍ରାମରେ ଘରୋଇ ଋଣ ଚାପରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ଝିଣ୍ଟିପାଳ ଗ୍ରାମର ମଦନ ଗୋଛାୟତ।ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ମଦନ ୫ ବର୍ଷ ପୂର୍ବରୁ ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କ ଠାରୁ ୩୦ ହଜାର ଟଙ୍କା ଋଣ କରିଥିଲେ। ଉକ୍ତ ବ୍ୟକ୍ତି ଋଣ ଟଙ୍କା ପାଇଁ ବାରମ୍ବାର ଧମକ ଦେଉଥିଲେ। ମଦନ ସେଥିରୁ ମୂଳ ଟଙ୍କା ସୁଝିଥିଲେ ମଧ୍ୟ ସୁଧ ଟଙ୍କା ଫେରାଇ ନପାରି ଚାପରେ ଥିଲେ।

ଏହି ଋଣ ଟଙ୍କା ସୁଝିବା ପାଇଁ ସେ ଚେନ୍ନାଇ ଯିବା ପାଇଁ ଯୋଜନା କରି ଟ୍ରେନରେ ଟିକେଟ ମଧ୍ୟ କରିଥିଲେ। ହେଲେ ଗତ ରାତିରେ ଘର ଭିତରେ କବାଟ ଦେଇ ଆତ୍ମହତ୍ୟା କରିଛନ୍ତି। ଏନେଇ ଜାଣିବା ପରେ ଆଜି ପରିବାର ଲୋକ ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଛି।