ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ହେଲେ ବିଶ୍ୱରଂଜନ ପାଣିଗ୍ରାହୀ

By Angul TV Bureau

July 26, 2023

ଅନୁଗୁଳ : ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସମସ୍ତ ପଦବୀ ନିମନ୍ତେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ ଅନୁଗୁଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ନିମନ୍ତେ ମଧ୍ୟ ନିର୍ବାଚନ ହୋଇଥିଲା। ନିର୍ବାଚନରେ ଯୁବ କଂଗ୍ରେସ ସହ ୩୫୦୧ ଜଣ ସଦସ୍ୟ ଯୋଡି ହୋଇ ଅନଲାଇନରେ ମତ ସାବ୍ୟସ୍ତ କରିଥିଲେ। ଏହି ନିର୍ବାଚନରେ ମୋଟ ୪ ଜଣ ଯୁବ ନେତା ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ବିଶ୍ୱରଂଜନ ପାଣିଗ୍ରାହୀ ୧୬୭୭ ଭୋଟ, ବାପୁନ ଦେହୁରୀ ୭୯୧ ଭୋଟ, ପ୍ରତାପ ଭୁକ୍ତା ୭୦୧ ଖଣ୍ଡ ଭୋଟ ଓ ଅଭିଷେକ ନାଏକ ୨୭୪ ଖଣ୍ଡ ଭୋଟ ପାଇଥିଲେ। ସର୍ବାଧିକ ଭୋଟ ପାଇ ବିଶ୍ଵରଜନ ପାଣିଗ୍ରାହୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ପୂର୍ବରୁ ବିଶ୍ୱରଜନ ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଭାବେ କାର୍ଯ୍ୟ ସଂପାଦନ କରିଛନ୍ତି। ଏହି ବିଜୟ ପରେ ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ମିଶ୍ର, ଜିଲ୍ଲା କଂଗ୍ରେସର ପୂର୍ବତନ ସାଧାରଣ ସଂପାଦକ ବଲବୀର ସିଂ, ପୂର୍ବତନ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ଉପସଭାପତି ବିମଳ ବେହେରା ଓ ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଟୁ ରଞ୍ଜନ ଥାପାଙ୍କୁ ସେ ଧନ୍ୟବାଦ ଦେଇଛନ୍ତି।