ଘଟଣା ଓ ଦୁର୍ଘଟଣା

ଇନଷ୍ଟାଗ୍ରାରେ ସ୍ତ୍ରୀଙ୍କୁ କମେଣ୍ଟ ନେ଼ଇ ତୁମୁଳ କାଣ୍ଡ: ଦୁଇଯୁବକ ଅଟକ

By Angul TV Bureau

August 05, 2025

ଅନୁଗୁଳ: ଇନଷ୍ଟାଗ୍ରାମରେ ଜୈନିକ ମହିଳାଙ୍କୁ ଅଶୀଳ କମେଣ୍ଟ ଦେବାରୁ ତୁମୁଳ କାଣ୍ଡ ଘଟିଛି। ମଙ୍ଗଳବାର ଅପରାହ୍ନରେ ଅନୁଗୁଳ ସହର ଲକ୍ଷ୍ମୀବଜାରେ ଥିବା ଏକ ଲେଡିଜ କର୍ଣ୍ଣରରେ ସାମାଜିକ ଗଣମାଧ୍ୟମରେ କମେଣ୍ଟ ମରାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ପାଟିତୁଣ୍ଡ ଏପରି ହୋଇଥିଲା ଯେ ଶେଷରେ ଦୋକାନ ମାଲିକ ୧୧୨କୁ ଫୋନ କରି ପୋଲିସକୁ ଡକାଇଥିଲେ। ଗଣ୍ଡଗୋଳ କରିଥିବା ଦୁଇ ଯୁବକଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି।

ସୂଚନା ଯେ, ଲକ୍ଷ୍ମୀବଜାରର ଏକ ଲେଡିଜ କର୍ଣ୍ଣରରେ କାମ କରୁଥିବା ଜଣେ ଯୁବକ ବନ୍ତଳା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଆଶୀଳ କମେଣ୍ଟ ଦେଇଥିଲେ। ଏହି କଥାକୁ ନେଇ ଉକ୍ତ ମହିଳାଙ୍କ ସ୍ୱାମୀ ଆଜି ଅପରାହ୍ନରେ ଆସି ଉକ୍ତ ଲେଡିଜ କର୍ଣ୍ଣରରେ ପାଟିତୁଣ୍ଡ କରିଥିଲେ। ଝଗଡା ଏତେ ମାତ୍ରାରେ ବଢ଼ିଥିଲା ଯେ ଶେଷରେ ଦୋକାନ ମାଲିକ ୧୧୨କୁ କଲ କରି ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣ ଯୁବକଙ୍କୁ ଥାନାକୁ ଉଠାଇ ନେଇଥିବା ଜଣାପଡିଛି।