ଘଟଣା ଓ ଦୁର୍ଘଟଣା

ପୋଖରୀରେ ବୁଡି ଯୁବକ ମୃତ୍ୟୁ: ଅପମୃତ୍ୟୁ ମାମଲା ରୁଜୁ

By Angul TV Bureau

December 16, 2025

କଣିହାଁ: ପୋଖରୀରେ ଗାଧୋଇବା ବେଳେ ଗଭୀର ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ଜଣଙ୍କ ହେଲେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡତ୍ରିବିଡା ଗ୍ରାମର ମାଧବ ନାଏକ (୪୬)।

ମୃତ୍ୟୁ ସମ୍ପର୍କରେ ପରିବାର ଲୋକେ ମଙ୍ଗଳବାର ସନ୍ଧ୍ୟାରେ କଣିହାଁ ଥାନାରେ ଅଭିଯୋଗ ହୋଇଛନ୍ତି। ପରିବାର ଲୋକେ ମୃତ ଯୁବକଙ୍କ ଦେହକୁ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏ ନେଇ କଣିହାଁ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଯୁବକଙ୍କ ଶବକୁ ଜବତ କରିଥିଲେ। ଆସନ୍ତାକାଲି ତାଳଚେର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି କଣିହାଁ ଆଇଆଇସି ରମଣୀ ରଞ୍ଜନ ଦଳେଇ ପ୍ରକାଶ କରିଥିଲେ।