ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ପଦ୍ମାବତୀପୁର ଗ୍ରାମର ଜଣେ ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଦେଖାଦେଇଛି। ମୃତକ ହେଲେ ସୁଧୀର ବାରିକ। ସେ ଡେରା ଅଞ୍ଚଳର ଏକ ଭଡ଼ା ଘରେ ରହୁଥିଲେ। ଗୁରୁବାର ସକାଳେ କୌଣସି କାରଣରୁ ସେ ଛାତରୁ ତଳକୁ ପଡ଼ିଥିବା ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେବା ସହ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ତେବେ ଘଟଣାଟି ଆତ୍ମହତ୍ୟା କିମ୍ବା ଅନ୍ୟ କୌଣସି କାରଣରୁ ଘଟିଛି, ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ। ଖବର ଲେଖାଯିବା ସୁଦ୍ଧା ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ।