ମୁଖ୍ୟ ଖବର

ନିସ୍ତୁକ ମାଡ଼ରେ ଯୁବକଙ୍କ ମୃତ୍ୟୁ: ଥାନାରେ ଜଣେ ଅଟକ

By Angul TV Bureau

September 03, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ସେହି ଗ୍ରାମର ପ୍ରିୟବ୍ରତ ଗଡ଼ନାୟକ।

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଅପରାହ୍ଣରୁ ପ୍ରିୟବ୍ରତ ନିଖୋଜ ଥିଲେ। ବୁଧବାର ସକାଳେ ନରେନ୍ଦ୍ରପୁର ଛକ ନିକଟରୁ ସେ ରକ୍ତାକ୍ତ ଓ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରୁଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏନେଇ ପରିବାର ପକ୍ଷରୁ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରିବା ସହ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।