ଘଟଣା ଓ ଦୁର୍ଘଟଣା

ଅଜଣା ଗାଡି ଧକ୍କାରେ ଯୁବକ ମୃତ

By Angul TV Bureau

August 20, 2025

ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ଼ ଜଙ୍ଗଲ ନିକଟରେ ବୁଧବାର ଅପରାହ୍ନରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ସୂଚନା ଯେ ଆଜି ଅପରାହ୍ନ ୨ଟା ସମୟରେ ଏକ ବଉଳିଗଡ଼ ଗାଁ ମୁଣ୍ଡ ଜଙ୍ଗଲ ପାଖରେ ଜଣେ ବାଇକ ଅରୋହି ରାସ୍ତା ପାର୍ଶ୍ଵରେ ଦୁର୍ଘଟଣା ଗସ୍ତ ହୋଇ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ। ବାଇକଟି ରାସ୍ତା ତଳକୁ ଖସି ଯାଇଥିବା ବେଳେ ଘଟଣା ସ୍ଥଳରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ବଅଁରପାଳ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଯୁବକଙ୍କ ପରିଚୟ ମିଳିପାରି ନଥିବା ବେଳେ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।