ଘଟଣା ଓ ଦୁର୍ଘଟଣା

ଶୌଚ ହେବାକୁ ଗଲେ, ଶବ ହୋଇ ଫେରିଲେ: ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

By Angul TV Bureau

August 12, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ଖମାର ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମ ନିକଟସ୍ଥ ୧୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଲଣ୍ଡା ଗ୍ରାମରେ ବସନ୍ତ କୁମାର ମହାନ୍ତି (୪୨)।

ସୂଚନା ମୁତାବକ, ଭୋର ପ୍ରାୟ ୫ଟା ସମୟରେ ବସନ୍ତ ନାଳକୁ ଶୌଚ ହେବାକୁ ଯାଉଥିଲେ। ଏହି ସମୟରେ ତାଳଚେରରୁ ପାଳଲହଡ଼ା ଅଭିମୁଖେ ଯାଉଥିବା ମାଲ ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।ଖବର ପାଇ ଖମାର ପୋଲିସ ପହଞ୍ଚିଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଜନସାଧାରଣ ମୃତଦେହକୁ ରାଜରାସ୍ତା ଉପରେ ରଖି ଅବରୋଧ କରିଥିଲେ। କିଛି ଘଣ୍ଟା ପାଇଁ ରାସ୍ତା ଜାମ ହୋଇଥିଲା। ପୋଲିସ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା।