ଘଟଣା ଓ ଦୁର୍ଘଟଣା

ଗାଧୋଇବା ବେଳେ ଅଘଟଣ: ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ

By Angul TV Bureau

June 24, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଡ୍ୟାମ ନିମ୍ନଭାଗ କଦଳିପାଳ ନିକଟ ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ କଣିହାଁ ବ୍ଲକ ଖାମାର ଗ୍ରାମର ରାଜେଶ ଗୋଛାୟତ। ସେ କଦଳିପାଳ ନିକଟ ନଦୀରେ ଗାଧୋଉଥିବା ବେଳେ ଅସାବଧାନତାବଶତଃ ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲେ।

ଘଟଣା ଦେଖି ନିକଟରେ ଥିବା ସ୍ଥାନୀୟ ଲୋକେ ତୁରନ୍ତ ନଦୀକୁ ଡେଇଁ ତାଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ଡାକ୍ତରଙ୍କ ପାଖକୁ ନେଇଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଯୁବକଙ୍କ ଅକାଳ ବିୟୋଗ ଖବର ପାଇ ଖାମାର ଗ୍ରାମ ସମେତ ପରିବାରରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ କଣିହାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।