ଘଟଣା ଓ ଦୁର୍ଘଟଣା

ଛାତରୁ ପଡ଼ି ଯୁବକ ମୃତ, ଭାରସାମ୍ୟ ହରାଇ ଗୋଡ଼ ଖସିଥିବା ସୂଚନା

By Angul TV Bureau

October 13, 2023

ଅନୁଗୁଳ : ସ୍ଥାନୀୟ ବାଲିମି ଥାନା ଅନ୍ତର୍ଗତ ବାରସିଙ୍ଗା ଗ୍ରାମରେ ଛାତ ଉପରୁ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗାଁର କନ୍ଦର୍ପ ନାଏକଙ୍କ ପୁଅ ରବି ନାଏକ (୪୫)।

ସୂଚନା ମୁତାବକ, ଗୁରୁବାର ରାତିରେ ରବି ଖାଇ ସାରି ଛାତ ଉପରକୁ ଶୋଇବାକୁ ଯାଇଥିଲେ। ଛାତ ଉପରେ ବୁଲୁଥିବା ବେଳେ ସେ ଭାରସାମ୍ୟ ହରାଇ ତଳକୁ ଖସିପଡି ଥିଲେ। ଘର ଲୋକେ ତୁରନ୍ତ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଥାନାରେ ଜଣାଇବା ପରେ ପୋଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।