ମୁଖ୍ୟ ଖବର

ଭଡା ନେଇ ଝାଡ଼ଖଣ୍ଡ ଯାଇ ନିଖୋଜ ଯୁବକ, ଭାଇକୁ ଫେରାଇ ଆଣିବାକୁ ଥାନାର ଦ୍ୱାରସ୍ଥ ଭାଇ

By Angul TV Bureau

May 02, 2026

ଅନୁଗୁଳ: ଭଡା ନେଇ ଝାଡ଼ଖଣ୍ଡ ଯାଇଥିବା ଜଣେ ଯୁବକ ନିଖୋଜ ହୋଇଯିବା ପରେ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି। ଅନୁଗୁଳ ଥାନା ଅଞ୍ଚଳର ପ୍ରଦୀପ ସାହୁଙ୍କ ମାଉସୀ ପୁଅ ଦୁଷ୍ମନ୍ତ ସାହୁଙ୍କ କୌଣସି ସନ୍ଧାନ ନ ମିଳିବାରୁ ସେ ଆଜି ଥାନାରେ ଲିଖିତ ଅଭିଯୋଗ କରି ଭାଇକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି।

ଅଭିଯୋଗ ଅନୁସାରେ, ଗତ ୩୦ ତାରିଖ ସନ୍ଧ୍ୟାରେ ଦୁଷ୍ମନ୍ତ ଟ୍ରାଭେଲ୍ ମାଧ୍ୟମରେ ଅନୁଗୁଳ ଟାଟା ଷ୍ଟିଲ୍ ଠାରୁ ଝାଡ଼ଖଣ୍ଡର ରାମପୁର ଯାଇଥିଲେ। ୧ ତାରିଖ ସକାଳେ ସେ ପରିବାର ଲୋକଙ୍କୁ ଫୋନ୍ କରି ରାଞ୍ଚି ପହଞ୍ଚିବାକୁ ଆଉ ୩୦ କିଲୋମିଟର ବାକି ଅଛି ବୋଲି ଜଣାଇଥିଲେ। କିନ୍ତୁ ସେହି ସକାଳ ପରଠାରୁ ଦୁଷ୍ମନ୍ତଙ୍କ ଫୋନ୍ ବନ୍ଦ ଆସୁଛି ଏବଂ ତାଙ୍କ ସହ କୌଣସି ପ୍ରକାର ଯୋଗାଯୋଗ ହୋଇପାରୁନାହିଁ। ପରିବାର ଲୋକେ ସମସ୍ତ ଯଗାଯୋଗ କରି ବିଫଳ ହେବା ପରେ ଆଜି ଅନୁଗୁଳ ଥାନାରେ ଏନେଇ ଲିଖିତ ଅଭିଯୋଗ ଦେଇଛନ୍ତି।