ଘଟଣା ଓ ଦୁର୍ଘଟଣା

ଫାଟିଲା ପକେଟରେ ଥିବା ଗୋଳାବାରୁଦ, ଯୁବକଙ୍କ ଜଙ୍ଘ ଦିଫାଳ

By Angul TV Bureau

August 05, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ଅଞ୍ଚଳରେ ଗୋଳାବାରୁଦ ଫାଟି ଜଣେ ଯୁବକ ଗୁରୁତର ହୋଇଛି। ସମଲ ଗ୍ରାମର ହଗୁରୁ ସାମଲ (୨୭)ଜଙ୍ଗଲୀ ବାରହା ଶିକାର ପାଇଁ ଏକ ଗୋଳାବାରୁଦ ପକେଟରେ ଧରି କୁଲେଇ ଅଞ୍ଚଳକୁ ଯାଇଥିଲା। ଅତ୍ୟଧିକ ମଦ୍ୟ ପାନ ଯୋଗୁ ଭାରସାମ୍ୟ ହରାଇ ସେ ଖସି ପଡ଼ିଥିଲା। ଫଳରେ ପକେଟରେ ଥିବା ଗୋଳାବାରୁଦ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ହଗୁରୁର ଜଙ୍ଘ ଫାଟି ଦୁଇ ଫାଳ ହୋଇ ଯାଇଛି।ଖବର ପାଇ ସମଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ହଗୁରୁକୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ଡାକ୍ତରଖାନାକୁ ପଠାଇଛି। ସେଠାରେ ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି।