ମୁଖ୍ୟ ଖବର

ଯୁବନେତା ଅରୁଣାଭ ସିଂହଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ: ଆହତକୁ ଡାକ୍ତରଖାନାରେ ଭର୍ତ୍ତିକଲେ ଅରୁଣାଭ

By Angul TV Bureau

September 03, 2025

ଅନୁଗୁଳ: ଆଜି ସନ୍ଧ୍ୟାରେ ଅନୁଗୁଳ ସହରେ ଗଣେଶପୂଜା ଭଷାଣି ଅନୁଷ୍ଠିତ ହୋଇଥିଲା। ସହର ପୁରା ଭିଡ ରହିଥିବା ବେଳେ ରାତି ପ୍ରାୟ ୧୦ଟା ସମୟରେ ଯୁବ ବିଜେଡି ନେତା ଅରୁଣାଭ ସିଂହଙ୍କ ଗାଡି ହେମସୁରପଡ଼ା ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭାରସାମ୍ୟ ହରାଇ ଗାଡିଟି ଅନ୍ୟ ଏକ ଗାଡିକୁ ଧକ୍କା ଦେଇଥିଲା। ଉଭୟ ଗାଡି ଭାଙ୍ଗି ଯାଇଥିବା ବେଳେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଅରୁଣାଭ ଡାକ୍ତରଖାନାରେ ଭର୍ତ୍ତି କରିଥିବା  ଜଣାପଡ଼ିଛି।