ଅନୁଗୋଳ: ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସର୍ବଦା ସ୍ୱର ଉତ୍ତୋଳନ କରି ଆସୁଥିବା ତାଳଚେର ବ୍ଲକ ଯୁବ ନେତା ମନୋଜ ସାହୁ ଆଜି ସମ୍ମାନର ସହ ଜେଲରୁ ମୁକ୍ତ ହୋଇଛନ୍ତି।
ତାଳଚେର ମେଡିକାଲ କଲେଜରେ ଜାଲ ସାର୍ଟିଫିକେଟ୍ ଦେଇ ଷ୍ଟାଫ୍ ନର୍ସ ନିଯୁକ୍ତି କେଳେଙ୍କାରୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଫଳରେ ତାଙ୍କ ବିରୁଦ୍ଧରେ ମାମଲା ପରେ ଜେଲ୍ ପଠାଯାଇଥିଲା। “ଷଡ଼ଯନ୍ତ୍ର ଓ ମିଥ୍ୟା ମାମଲା ଦ୍ୱାରା ସତ୍ୟର ସ୍ୱରକୁ କେବେ ବି ଦବାଇ ଦିଆଯାଇପାରିବ ନାହିଁ” ବୋଲି ସେ ଜେଲରୁ ମୁକ୍ତ ହେଲାପରେ ପ୍ରତିକ୍ରିୟା ଦେଇଛନ୍ତି।
ଏହି ଅବସରରେ ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ (ବାପୁ ଭାଇ) ତାଙ୍କୁ ସମ୍ବର୍ଦ୍ଧନା ଓ ସ୍ୱାଗତ ଜଣାଇଥିଲେ।