ଅନ୍ୟାନ୍ୟ

ସୌମ୍ୟରଞ୍ଜନ ରାଜନୀତି ଛାଡିଲେ ଲଣ୍ଡା ହୋଇ ପାପର ପ୍ରାୟଶ୍ଚିତ କଲେ

By Biswaranjan Pattnaik

January 08, 2025

ଅନୁଗୁଳ: ଦିନକ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ଯୁବନେତା ସୌମ୍ୟରଂଜନ ସାହୁ ଆଜି ସମ୍ବଲପୁର ବାବା ମାନ୍ଧାତା ମନ୍ଦିରରେ ଲଣ୍ଡା ହୋଇ ମହାନଦୀରେ ବୁଡ଼ ପକାଇଛନ୍ତି। ନିଜ ପ୍ରତିକ୍ରିୟାରେ ଶ୍ରୀ ସାହୁ କହିଛନ୍ତି କି ସେ ସବୁ ଦଳ ସହିତ ବିଭିନ୍ନ ସମୟରେ ଜଡିତ ରହି ଲୋକ ସେବା କରିବାକୁ ମନସ୍ଥ କରିଥିଲେ। କିନ୍ତୁ ସବୁ ରାଜନୈତିକ ଦଳରେ ଚାଟୁକାରଙ୍କ ପ୍ରଭାବ, ନିଜ ସ୍ୱାର୍ଥକୁ ଗୁରୁତ୍ୱ ଅଧିକ ଦିଆଗଲା, ତେଣୁ ସେ ଏଥିସହ ଖାପ ଖୁଆଇ ପାରିଲେ ନାହିଁ। ତେଣୁ ରାଜନୀତିରୁ ସେ ସନ୍ୟାସ ନେଇ ଏଣିକି ନିଜେ ସମାଜସେବା ପ୍ରତି ଅଧିକ ଧ୍ୟାନ ଦେବେ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।