ଅନୁଗୁଳ: ସାଇବର ଠକେଇର ଶିକାର ହୋଇଛନ୍ତି ଅନୁଗୁଳ ସହରର ଯୁବକ। ତାଙ୍କ ଆକାଉଣ୍ଟରୁ ୧ଲକ୍ଷ ୭୮ହଜାର ଟଙ୍କା ଗାୟବ ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ହୁଲୁରସିଂହା ଅଞ୍ଚଳରେ ଭଡାରେ ରହୁଥିବା ନରେନ୍ଦ୍ର ମେହତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସୋମବାର ୧ ଲକ୍ଷ ୭୮ ହଜାର ଟଙ୍କା ଗାୟବ ହେଇଯାଇଛି। ଆକାଉଣ୍ଟରୁ ଟଙ୍କା କଟିଥିବା ନେଇ ସୋମବାର ସକାଳୁ ତାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା। ତୁରନ୍ତ ବ୍ୟାଙ୍କକୁ ଯାଇ ଯାଞ୍ଚ କରିଲା ପରେ ସେ ଜାଣିବାକୁ ପାଇଲେ ଯେ କେହି ଦୁର୍ବୃତ୍ତ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ କରି ବିନା ଲିଙ୍କ ବିନା ମେସେଜରେ ତାଙ୍କ ଟଙ୍କା ସବୁ ନେଇଯାଇଛି। ଏ ନେଇ ସେ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।