ମୁଖ୍ୟ ଖବର

ଆମ୍ବୁଲାନ୍ସ ପାଉଣାକୁ ନେଇ ଯୁବକଙ୍କୁ ହତ୍ୟା ମାମଲା, ସାଇଣ୍ଟିଫିକ ଟିମର ତଦନ୍ତ

By Angul TV Bureau

October 03, 2025

ଅନୁଗୁଳ: ଭୁଜାଲି ମାଡ଼ରେ ଅନୁଗୁଳର ଯୁବକଙ୍କୁ ହତ୍ୟା ଘଟଣାରେ କ୍ରାଇମ ସ୍ପଷ୍ଟରେ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ।ଗତ ବୁଧବାର ରାତି ପ୍ରାୟ ୧୧ଟା ସମୟରେ ଅନୁଗୁଳ ସହର ସ୍ଥିତ ହରିମଉରୀ ଛକ ଠାରେ ଆମ୍ବୁଲାନ୍ସ ପାଉଣାକୁ ନେଇ ଗଣ୍ଡଗୋଳରେ ସୌଭାଗ୍ୟ ବସାକଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ସାକ୍ଷୀପ୍ରମାଣ ଯୋଗାଡ଼ିବା ପାଇଁ ଶୁକ୍ରବାର ପୂର୍ବାହ୍ନ ୧୧ଟା ବେଳକୁ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରୁ ତଦନ୍ତ ଆରମ୍ଭ କରିଛନ୍ତି।

ହତ୍ୟା ଘଟଣା ପରଠାରୁ ପୋଲିସ ଏହି ଅଞ୍ଚଳକୁ ସିଲ୍ କରି ରଖିଥିଲା। ଶୁକ୍ରବାର ସାଇଣ୍ଟିଫିକ ଟିମର ଅଫିସର ପ୍ରସନ୍ନ ସାହୁଙ୍କ ତତ୍ତ୍ୱାବଧାନରେ ଲ୍ୟାବ ଆଟେଣ୍ଡାଣ୍ଟ ମଳୟ ସାହୁ, ଫଟୋଗ୍ରାଫର ସିପକ ବେହେରା ପ୍ରମୁଖ ହରିମହୁରୀ ଛକରେ ପହଞ୍ଚିବା ସହ ରାସ୍ତାରେ ପଡ଼ିଥିବା ରକ୍ତଛିଟାର ସାମ୍ପୁଲ କଲେକ୍ସନ କରିଥିଲେ। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ଏହି ସ୍ଥାନକୁ ସର୍ବସାଧାରଣଙ୍କ ଯାତାୟାତ ବନ୍ଦ କରିଦିଆଯାଇଥିଲା। ଏହି ଘଟଣାରେ ଅନୁଗୁଳ ଟାଉନ ଥାନା ପୋଲିସ କିଛି ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।