ଅନ୍ୟାନ୍ୟ

ଅନୁଗୋଳରେ ଯୁବ ରେଡକ୍ରସ ଜିଲ୍ଲା କାର୍ଯ୍ୟକାରୀ କମିଟି ବୈଠକ

By Angul TV Bureau

September 09, 2026

ଅନୁଗୋଳ: ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଆଜି ଯୁବ ରେଡକ୍ରସ୍ (ଓ୍ବାଇଆରସି) ଜିଲ୍ଲା କାର୍ଯ୍ୟକାରୀ କମିଟି (ଡିଡବ୍ଲୁସି)ର ୨୦୨୬-୨୭ ଶିକ୍ଷାବର୍ଷର ବୈଠକ ଅନୁଷ୍ଠିତ ହୋଇଛି‌। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ବସନ୍ତ କୁମାର ସାହୁ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ୟୁଜିଏମଭି, ଖମାରର ଅଧ୍ୟକ୍ଷ ବିଭାଷ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ସଂଯୋଜକ ଅଶୋକ କୁମାର ବିଶ୍ୱାଳ ଓ କନଭେନର-ସଚିବ ଡ. ଅନସୂୟା ମିଶ୍ରଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା।

ବୈଠକରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ଓ୍ବାଇଆରସି କାଉନ୍ସେଲରମାନେ ଯୋଗଦେଇ ନିଜ ଅନୁଷ୍ଠାନରେ ଓ୍ବାଇଆରସି କାର୍ଯ୍ୟକ୍ରମ ରୂପାୟଣ ନେଇ ମତାମତ ଦେଇଥିଲେ। ଚଳିତ ବର୍ଷ ପ୍ରତ୍ୟେକ ଓ୍ବାଇଆରସି ୟୁନିଟ୍ ପକ୍ଷରୁ ଅତି କମରେ ଥରେ ରକ୍ତଦାନ ଶିବିର, ପ୍ରାଥମିକ ଚିକିତ୍ସା, ସଡ଼କ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା, ଜଳବାୟୁ ପରିବର୍ତ୍ତନ, ରକ୍ତହୀନତା ନିରାକରଣ ଓ ସ୍ୱଚ୍ଛତା ଅଭିଯାନ ଭଳି କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଥିଲା। ଆର୍ ଆର୍ ସି ମାଧ୍ୟମରେ ଏଚ୍ ଆଇ ଭି/ଏଡସ୍ ସଚେତନତାକୁ ଅଧିକ ସକ୍ରିୟ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମକୁ ବିପିନ କୁମାର ବେହେରା ସଂଯୋଜନା କରିଥିବା ବେଳେ ରଶ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଓ୍ବାଇଆରସି କାଉନସିଲର ବାସବ ପଲେଇ, ସାଗରିକା ମୁଦୁଲି ଓ ସୁଶାନ୍ତ କୁମାର ପ୍ରଧାନ ସହଯୋଗ କରିଥିଲେ।