ମୁଖ୍ୟ ଖବର

ଯୁବ ରେଡକ୍ରସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

By Biswaranjan Pattnaik

September 10, 2025

ଅନୁଗୁଳ: ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜିଲ୍ଲା ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇ ଯାଇଛି। ଯୁବ ରେଡକ୍ରସର ସଭାପତି ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ନିଳାଞ୍ଚଳ ପଟେଲ ସଭାରେ ଅଧ୍ୟକ୍ଷତା କରିଥିଲେ। ଡ଼ା କନକଲତା ମହାପାତ୍ରଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ଜିଲ୍ଲା ସମ୍ପାଦିକା ଡ଼ା ଅନସୁୟା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଜିଲ୍ଲା ସଂଯୋଜକ ଅକ୍ଷୟ କୁମାର ବିଶ୍ବାଳ ବାର୍ଷିକ ବିବରଣୀ ପାଠ କରିଥିଲେ।

ନୀଳକଣ୍ଠେଶ୍ଵର ଯୁକ୍ତ ତିନି ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ା ବଳଭଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ବୈଠକରେ ଆଗାମୀ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରାଯିବା ସହ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ କାର୍ଯ୍ୟକ୍ରମକୁ  ତ୍ୱରାନ୍ୱିତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ରେଡକ୍ରସ ମାଧ୍ୟମରେ ଯୁବ ପୀଢ଼ିଙ୍କୁ ନେଇ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରାଯାଇଥିଲା ଶେଷରେ ଅଧ୍ୟାପିକା କନକଲତା ମହାପାତ୍ର ଧନ୍ୟବାଦ ଦେଇଥିଲେ।ବୈଠକରେ ଜିଲ୍ଲାର ବହୁ ଯୁକ୍ତଦୁଇ ଓ ତିନି କଲେଜର ଅଧ୍ୟକ୍ଷ ଓ ଉପଦେଷ୍ଟା ଯୋଗ ଦେଇଥିଲେ ।