ଘଟଣା ଓ ଦୁର୍ଘଟଣା

ଖୋଲା କୂଅରୁ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

By Angul TV Bureau

May 16, 2023

ଅନୁଗୁଳ: ଅନୁଗୁଳ ସହରସ୍ଥିତ ଲକି ଟାଇପ୍ ଛକ ଠାରେ ଥିବା ଏକ କୂଅରୁ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଯୁବକ ସୁସୁଡା ଅଞ୍ଚଳର ପ୍ରମୋଦ କୁମାର ସାହୁ ବୋଲି ଜଣାଯାଇଛି।

ସୂଚନା ଯେ, ଲକି ଟାଇପ୍ ଛକ ଠାରେ ଏକ ଖୋଲା କୂଅ ରହିଛି। କୌଣସି କାରଣରୁ ପ୍ରମୋଦ ସେହି କୂଅ ଭିତରେ ଖସି ପଡିଥିଲେ। ଏ ନେଇ ସ୍ଥାନୀୟ ଅନୁଗୁଳ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ। ଦମକଳ ବାହିନୀର ସୁକାନ୍ତ କୁମାର ନାଥ, କାର୍ତି ରଞ୍ଜନ ବେହେରା, ରଞ୍ଜନ ସାହୁ, ବିଜୟ ନନ୍ଦ ନାୟକ, ରଞ୍ଜିତ ଦୀପ, ପ୍ରଦୀପ କୁମାର ନାୟକ ପହଞ୍ଚି ପ୍ରମୋଦଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।