ମୁଖ୍ୟ ଖବର

ନାଗ ଚୋଟରେ ସାପ ଧରାଳି ଗୁରୁତର, ହସ୍ପିଟାଲରେ ଭର୍ତ୍ତି

By Biswaranjan Pattnaik

August 23, 2024

ଅନୁଗୁଳ : ନାଗ ଚୋଟରେ ସାପ ଧରାଳି ଗୁରୁତର। ଅନୁଗୁଳ ସହର ଉପକଣ୍ଠ କୁକୁଡାଙ୍ଗ ଗ୍ରାମରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଯୁବକ ହେଲେ ଗ୍ରାମର ବିଶେଶ୍ଵର ବେହେରା(୨୭)।

ସୂଚନା ମୁଗବକ, ଶୁକ୍ରବାର ସନ୍ଧ୍ୟାରେ କୁକୁଡାଙ୍ଗ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଏକ ନାଗ ସାପ ପଶିଥିଲା। ଖବର ପାଇ ସାପକୁ ଉଦ୍ଧାର କରିବାକୁ ବିଶେଶ୍ଵର ପହଞ୍ଚିଥିଲେ। ସେ ସାପକୁ ଧରିବାକୁ ଯିବା ବେଳେ ଏକ ବିଲେଇ ତାଙ୍କ ଉପରକୁ ଡିଆଁ ମାରିଥିଲା। ଫଳରେ ସେ ଅନ୍ୟମନସ୍କ ହୋଇପଡ଼ିଥିଲେ। ଆଉ ଏହି ସମୟରେ ନାଗଟି ତାଙ୍କୁ ଦଂଶନ କରିଥିଲା। ତାଙ୍କ ବାମ ହାତକୁ ନାଗ ଚୋଟ ମାରିଛି। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେଠାରେ ସେ ଚିକିତ୍ସାଧୀନ ଥିବା ଜଣାଯାଇଛି।