ଘଟଣା ଓ ଦୁର୍ଘଟଣା

ହାତୀ ଆକ୍ରମଣରେ ଯୁବକ ଗୁରୁତର, ଛାତି ଓ ଡେଣାରେ ଲାଗିଛି ଗଭୀର ଆଘାତ

By Angul TV Bureau

December 26, 2024

ଅନୁଗୁଳ: ହାତୀ ଆକ୍ରମଣରେ ଅନୁଗୁଳ କୁମୁରିସିଂହା ପଞ୍ଚାୟତ ପାତେଳି ଗ୍ରାମର ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ହେଲେ କୁମୁରିସିଂହା ଗ୍ରାମର ଚକ୍ରଧର ବେହେରାଙ୍କ ପୁଅ ମାନସ ବେହେରା (୨୪)।

ସୂଚନା ମୁତାବକ, ମାନସ ବିଲକୁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା। ତାଙ୍କ ଛାତି ଓ ଡେଣାରେ ଆଘାତ ଲାଗିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ପରେ ତାଙ୍କୁ ଡାକ୍ତର କଟକ ସ୍ଥାନାନ୍ତର କରିଥିବା ଜଣାଯାଇଛି।