ମୁଖ୍ୟ ଖବର

ବେଆଇନ ପିସ୍ତଲ ଓ ଗୁଳି ରଖି ଜଣେ ଯୁବକ ଗିରଫ, କୋର୍ଟ ଚାଲାଣ କଲା ଅନୁଗୁଳ ଟାଉନ୍ ଥାନା ପୋଲିସ

By Angul TV Bureau

January 11, 2024

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ ପିସ୍ତଲ ଓ ଗୁଳି ଜବତ କରିଛି। ଗିରଫ ଯୁବକ ହେଲେ ସ୍ଥାନୀୟ ରାଧାରମଣପଡ଼ାର ତୁଫାନ ଦେହୁରୀ।

ସୂଚନା ମୁତାବକ, ହାକିମପଡ଼ା ଅଞ୍ଚଳରେ ଜଣେ ଯୁବକ ବେଆଇନ ଭାବେ ବନ୍ଧୁକ ରଖିଥିବା ଖବର ପାଇ ଅନୁଗୁଳ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ତୁଫାନ ନିକଟରୁ ଏକ ଦେଶୀ ପିସ୍ତଲ ସହ ୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ ହୋଇଥିଲା। ବେଆଇନ ଭାବେ ବନ୍ଧୁକ ଓ ଗୁଳି ରଖିବା ଅପରାଧରେ ପୋଲିସ ତୁଫାନକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ବନ୍ଧୁକ ଦେଖାଇ ତୁଫାନ ବିଭିନ୍ନ ବ୍ୟବସାୟୀ ଓ ଦୋକାନୀଙ୍କୁ ଧମକାଇ ଟଙ୍କା ଆଦାୟ କରିବାକୁ ଯୋଜନା କରିଥିଲା ବୋଲି ଥାନାଧିକାରୀ ଧୀରେସ କୁମାର ଦାସ କରିଛନ୍ତି।

ପ୍ରକାଶ ଯେ ତୁଫାନ ପୂର୍ବରୁ ଅନେକ ହତ୍ୟା, ଲୁଟ ଓ ଛିନତାଇ ମାମଲାରେ ଅଭିଯୁକ୍ତ ଅଛି ବୋଲି ମଧ୍ୟ ସୂଚନା ମିଳିଛି।