ଘଟଣା ଓ ଦୁର୍ଘଟଣା

ନିଜକୁ ପୋଲିସର ପରିଚୟ ଦେଇ ଜନସାଧାରଣଙ୍କୁ ଧମକ ଦେଉଥିବା ଯୁବକ ଗିରଫ, ଚୁକ୍ତିନାମା ପରେ ଛାଡ଼ିଲା ପୋଲିସ

By Angul TV Bureau

June 17, 2023

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ ଯୁବକ ନିଜକୁ ପୋଲିସର ପରିଚୟ ଦେଇ ଗାଡି ଚାଳକ ଓ ଜନସାଧାରଣଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନା ମୁତାବକ, ବଅଁରପାଳ ଥାନା ଅଞ୍ଚଳ ସାନକେରେଜାଙ୍ଗର ଜଣେ ଯୁବକ ନିଜକୁ ପୋଲିସ ଏସ ଆଇ ପରିଚୟ ଦେଇ ଗାଡି ଚାଳକଙ୍କୁ ଧମକ ଦେଉଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ତାଙ୍କୁ କାବୁ କରିନେଇଥିଲେ।

ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଥାନାକୁ ଆଣିଛି। ଅଭିଯୁକ୍ତ ବିରୋଧରେ ପୋଲିସ ତଦନ୍ତ ଆରମ୍ଭ କରିଛି, କିନ୍ତୁ କେହି ଅଭିଯୋଗ ନ କରିବାରୁ ପୋଲିସ ନିରୁପାୟ ହୋଇଥିବା ଜଣାପଡିଛି। ଅଭିଯୁକ୍ତର ପରିବାର ଥାନାକୁ ଆସି ଏକ ଲିଖିତ ଚୁକ୍ତିନାମା ଦେବା ପରେ ପୋଲିସ ତାଙ୍କୁ ପରିବାରକୁ ହସ୍ତାନ୍ତର କରିଛି।