ମୁଖ୍ୟ ଖବର

ସାତକୋଶିଆ ଅଭୟାରଣ୍ୟର ନିଷିଦ୍ଧ ଅଞ୍ଚଳରେ ୟୁଟ୍ଯୁବରଙ୍କ ବଣଭୋଜି, ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଦାବି

By Angul TV Bureau

April 23, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବଣ ଭୋଜି। ଭାଇରାଲ ହେଉଛି ନିଷିଦ୍ଧ ଅଞ୍ଚଳରେ ଭୋଜିର ଭିଡିଓ। ଭିଡିଓ ସାମ୍ନାକୁ ଆସିବା ପରେ ବନ ବିଭାଗ ଏହାକୁ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି।ସୂଚନା ମୁତାବକ, ସାତକୋଶିଆ ଅଭୟାରଣ୍ୟ ଭିତରେ ବନ ଭୋଜି କରିବା ମନା। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିୟମ କରାଯାଇଛି। କିନ୍ତୁ ଏହି କୋର ଏରିଆରେ ଅନୁଗୁଳର ଜଣେ ୟୁଟ୍ଯୁବର ନିଜ ସାଙ୍ଗସାଥିଙ୍କ ସହ ବଣ ଭୋଜି କରିବା ସହ ସାମାଜିକ ଗଣମାଧ୍ୟମରେ ଭିଡିଓ ଅପଲୋଡ୍ କରିଛନ୍ତି। ଯାହା ଏବେ ଭାଇରାଲ ହେଉଛି। ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ବଣଭୋଜି କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ବୋର୍ଡ ଲଗାଯାଇଥିଲେ ମଧ୍ୟ ୟୁଟ୍ୟୁବର କେଉଁ ସାହସରେ ଭିଡିଓ କରିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପରିବେଶ ପ୍ରେମୀ ଏହାକୁ ବିରୋଧ କରିଛନ୍ତି। ଏଥିସହ କୋର୍ ଏରିଆରେ ଭୋଜି କରିଥିବା ସମ୍ପୃକ୍ତ ୟୁଟ୍ଯୁବରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।