ଅନ୍ୟାନ୍ୟ

ଅନୁଗୁଳରେ ନୂଆ ଓଡ଼ିଶା, ନବୀନ ଓଡ଼ିଶା ଓ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

By Angul TV Bureau

December 07, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା କୁମଣ୍ଡ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ ଓଡ଼ିଶା, ନବୀନ ଓଡ଼ିଶା ଓ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି।ଉତ୍ସବରେ ବସୁଧାର ଉପଦେଷ୍ଟା ତଥା ଅନୁଗୁଳ ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ସିହ୍ନା ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଓଡିଶା ସରକାରଙ୍କର ଏକ ସୁନ୍ଦର କାର୍ଯ୍ୟକ୍ରମ ବୋଲି ଅତିଥିମାନେ ମତ ଦେଇଥିଲେ। କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାକୁ ଆହ୍ବାନ ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ରାଜନୀତି ବିଭାଗର ଅଧ୍ୟାପକ ଲକ୍ଷ୍ମୀଧର ବେହେରା, ଅଧ୍ୟାପକ ନରେଶ ଚନ୍ଦ୍ର ସାମଲ, ଅଧ୍ୟାପକ ପ୍ରଦୀପ କୁମାର ନନ୍ଦ, ଅଧ୍ୟାପିକା ରଶ୍ମୀରେଖା ଲେଙ୍କା, ଅଧ୍ୟାପିକା ଦମୟନ୍ତୀ ଷଡ଼ଙ୍ଗୀ, କ୍ରୀଡା ଶିକ୍ଷକ ହୃଷୀକେଶ ସାହୁ, ଗ୍ରନ୍ଥାଧିକାରୀ କବି ଚରଣ ସାହୁ, କମ୍ପ୍ୟୁଟର ଶିକ୍ଷକ ମନୋଜ କୁମାର ସାହୁ, କିରାଣୀ ପଳଉ ସାହୁ, ବିଚିତ୍ରାନନ୍ଦ ସାହୁ, ଜନ୍ମେଜୟ ସାହୁ ପ୍ରମୁଖ ସହଯୋଗ କରିଥିଲେ।