ମୁଖ୍ୟ ଖବର

୭ ନମ୍ବର୍ ଜୋନରେ ହେଉନି ଉନ୍ନୟନମୂଳକ କାର୍ଯ୍ୟ

By Angul TV Bureau

March 02, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ପରିଷଦ ୭ ନମ୍ବର ଜୋନ୍‌ରେ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ୍ ହୋଇଛନ୍ତି ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଂଜନ କର୍ଣ୍ଣ। ପୂର୍ବରୁ ଏ ନେଇ ମୁଖ୍ୟମନ୍ତ୍ରୀ, ପଞ୍ଚାୟତିରାଜ ବିଭାଗ ସଚିବ ଓ ଆଠମଲ୍ଲିକ ଉପଜିଲ୍ଲାପାଳଙ୍କୁ ଏହି ମର୍ମରେ ଅନୁରୋଧ କରାଯାଇଥିଲେ ମଧ୍ୟ କେହି ଦୃଷ୍ଟି ଦେଇନାହାନ୍ତି । ବ୍ଳକ୍ ପ୍ରଶାସନ ମଧ୍ୟ ଅସହାୟ ହୋଇପଡ଼ିଥିବାରୁ ଏହାର ପ୍ରତିକାର ପାଇଁ ଜିଲ୍ଲାପାଳଙ୍କୁ ସୋମବାର ଭେଟି ଦୃଷ୍ଟି ଆକର୍ଷଣ କରିଛନ୍ତି ଶ୍ରୀ କର୍ଣ୍ଣ। କେବଳ ଦୃଷ୍ଟି ଆକର୍ଷଣ କରିନାହାନ୍ତି, ଏକ ସପ୍ତାହ ମଧ୍ୟରେ ତଦନ୍ତ କରି ପଦକ୍ଷେପ ଗ୍ରହଣ ନକଲେ ସେ, ତାଙ୍କ ପତ୍ନୀ ତଥା ଆଠମଲ୍ଲିକ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ରଞ୍ଜିତା କର୍ଣ୍ଣଙ୍କ ସମେତ ଅଏଡ଼ା, ଲୁହାସିଂହା ଓ ଜାମୁଡ଼ୋଲି ପଞ୍ଚାୟତ ନିର୍ବାଚିତ ଲୋକ ପ୍ରତିନିଧି ନିଜ ପଦବିରୁ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି ।ସୂଚନାଯୋଗ୍ୟ, ପୂର୍ବରୁ ଏକାଧିକ ପ୍ରସଙ୍ଗ ନେଇ ସ୍ଥାନୀୟ ବିଧାୟକ ତଥା ବ୍ଲକ୍ ପ୍ରଶାସନ ସହ ଶ୍ରୀ କଙ୍କର ଅପଡ଼ି ରହିଛି । ବିଧାୟକଙ୍କ ହସ୍ତକ୍ଷେପ ଯୋଗୁଁ ଆଠମଲ୍ଲିକ ପଞ୍ଚାୟତ ସମିତିର ନଅଗାଁ, ଅଏଡ଼ା, ଲୁହାସିଂହା ଓ ଜାମୁଡୋଲି ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟ ବ୍ୟାହତ ହୋଇଛି । ସଂକ୍ରାନ୍ତରେ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରୁ ନେଇ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଲିଖିତ ଆକାରରେ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ପଦମର୍ଯ୍ୟାଦା ଉପରେ ଆଞ୍ଚ ଆସିବା ସହ ଲୋକଙ୍କ କାର୍ଯ୍ୟରେ ବାଧାପ୍ରାପ୍ତ ହେବାରୁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଇସ୍ତଫା ଧମକ ଦେଇଥିବା ଶ୍ରୀ କର୍ଣ୍ଣ ପ୍ରକାଶ କରିଛନ୍ତି ।