ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏନ୍ଏଚ୍ଏମ୍ ଟ୍ରେନିଂ ହଲ ଠାରେ ଆଜି ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଯାଇଅଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ଅତ୍ୟାଧୁନିକ ଚିକିତ୍ସାଳୟରେ ପରିଣତ କରିବା ପାଇଁ ବୈଠକରେ ବହୁ ପ୍ରସ୍ତାବ ଗୃହିତ ହୋଇଛି। ଅନୁଗୁଳ ମେଡିକାଲ ପାଇଁ ଏକ ନୂଆ ଅଲ୍ଟ୍ରା ସାଉଣ୍ଡ କମ୍ ଇକୋ ମେସିନ କିଣାଯିବ। ପ୍ରସୂତୀଙ୍କ ଛଡା ହୃଦ ରୋଗୀମାନେ ଏଥରୁ ଉପକୃତ ହେବେ। ଡିଏମ୍ଏଫ୍ ଫଣ୍ଡରେ ଯେଉଁ ସୁପର ସ୍ପେସଲିଷ୍ଟ ମାନେ ଅନୁଗୁଳ ମେଡିକାଲ ଆସୁଛନ୍ତି ସେମାନଙ୍କ ମଧ୍ୟରୁ ଯେଉଁ ମାନଙ୍କର ଡିମାଣ୍ଡ ରହିଛି ସେମାନଙ୍କୁ ଉପରବେଳା ରୋଗୀ ଦେଖିବାକୁ କୁହାଯିବ।ସେମାନେ ସମୟ ନଦେଲେ ଅନ୍ୟ ଡାକ୍ତରଙ୍କୁ ଯୋଗାଯୋଗ କରାଯିବ। ଖୁବ ଶୀଘ୍ର ଅସ୍ଥିଶଲ୍ୟ ବିଭାଗରେ ଅପରେସନ ମଧ୍ୟ କରାଯିବ। ଇଏନ୍ଟି ବିଭାଗର କାର୍ଯ୍ୟରେ ସଦସ୍ୟ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।ଆଉଟ ସୋର୍ସିଙ୍ଗ ସଂସ୍ଥା ଠିକ ରୂପେ କାର୍ଯ୍ୟ କରୁନଥିବାରୁ ସେଥି ନେଇ ବିକଳ୍ପ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ,ପୋୖରାଧ୍ୟକ୍ଷ ଅକ୍ଷୟ ସାମନ୍ତ, ଜିଲ୍ଲାପାଳ ସିଦ୍ଧର୍ଥ ଶଙ୍କର ସ୍ୱାଇଁ ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ତ୍ରିଲୋଚନ ପ୍ରଧାନ,ଏଡିଏମଓ ଡା ମାନସ ରଞ୍ଜନ ବିଶ୍ୱାଳ ଭବାନୀ ମିଶ୍ର,ଇନ୍ଦିରା ଦାଶ, ସ୍ବେଚ୍ଛାସେବୀ ପ୍ରତାପ ମହାପାତ୍ର ସମ୍ବଲପୁର ସାଂସଦ ଓ ଅନୁଗୁଳ ବିଧାୟକଙ୍କ ପ୍ରତିନିଧି ଓ ଅନ୍ୟ ବହୁ ଅଧିକାରୀ ଉପସ୍ଥିତ ଥିଲେ ।