କ୍ରୀଡ଼ା

୧୪ ବିଦ୍ୟାଳୟର ୧୨୦ ପ୍ରତିଯୋଗୀଙ୍କୁ ନେଇ ଜୋନ୍‌ସ୍ତରୀୟ କ୍ରୀଡ଼ା

By Angul TV Bureau

September 29, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍‌ର ପବିତ୍ରନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ଜୋନ୍‌ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ପରାବିଲ ପଞ୍ଚାୟତ ସରପଞ୍ଚ କବିତାରାଣୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ପବିତ୍ରନଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରମାକାନ୍ତ ସାହୁ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମେଶ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଥିଲେ।ଅତିଥିମାନେ କ୍ରୀଡ଼ାର ଗୁରୁତ୍ୱ ଓ ଛାତ୍ରଛାତ୍ରୀଙ୍କ ଶାରୀରିକ-ମାନସିକ ବିକାଶରେ ଏହାର ଭୂମିକା ଉପରେ ମତ ରଖିଥିଲେ।

ପ୍ରତିଯୋଗିତାରେ ୧୪ଟି ବିଦ୍ୟାଳୟରୁ ୧୨୦ ଜଣ ଛାତ୍ରଛାତ୍ରୀ ଭାଗନେଇ ବିଭିନ୍ନ କ୍ରୀଡ଼ାରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ଶିକ୍ଷକ-ଶିକ୍ଷୟିତ୍ରୀ, କ୍ରୀଡ଼ା ଶିକ୍ଷକ, ଅଭିଭାବକ ଓ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।