ଠକ କର୍ମଚାରୀଙ୍କୁ ଏଡିଏମ୍‌ଓଙ୍କ ଛାଟ

You are currently viewing ଠକ କର୍ମଚାରୀଙ୍କୁ ଏଡିଏମ୍‌ଓଙ୍କ ଛାଟ

ଅନୁଗୁଳ: ସେ ସ୍ଥାୟୀ କର୍ମଚାରୀ ହୁଅନ୍ତୁ କି ଅସ୍ଥାୟୀ, ମାସକୁ ମାସ ଦରମା ନେଉଥିବା ବେଳେ ଅନେକ ସମୟରେ ଅଫିସ୍‌କୁ ଠିକ୍‌ ସମୟରେ ଆସିବାକୁ ପସନ୍ଦ କରନ୍ତି ନାହିଁ। ଉପସ୍ଥାନ ଖାତାରେ ଦସ୍ତଖତ ପଡିଗଲା ପରେ କୁଆଡେ଼ ଖସିଯାନ୍ତି ଯେ, ଖୋଜିଲେ ମିଳନ୍ତି ନାହିଁ। ଏଭଳି କିଛି ଅସାଧୁ କର୍ମଚାରୀଙ୍କ କାରବାର ନେଇ ଅଭିଯୋଗ ହେବା ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ (ମେଡିକାଲ୍) ଡା. ବିଶ୍ବବିହାରୀ ମହାନ୍ତି ଏକ ନୂଆ ହୁକୁମ ଜାରି କରିଛନ୍ତି। ଗତ ୨୪ ତାରିଖରୁ ଜାରି ହୋଇଥିବା ଏହି ବାର୍ତ୍ତାରେ କୁହାଯାଇଛି ଯେ, କର୍ମଚାରୀମାନେ ସେ ନର୍ସ ହୁଅନ୍ତୁ କି ହେଲ୍‌ପ୍‌ ଡେସ୍କ କର୍ମଚାରୀ କିମ୍ବା ଅଟେଣ୍ତାଣ୍ଟ ପ୍ରତି ସିଫ୍ଟ ଆରମ୍ଭରେ କାଜୁଆଲିଟି ରୁମ୍‌ର ସିସିଟିଭି କଭରେଜ ଏରିଆରେ ଥିବା ଉପସ୍ଥାନ ଖାତାରେ ଦସ୍ତଖତ କରିବେ। ୩୦ ମିନିଟ୍‌ ମହଲତ ପରେ ଖାତା ଅଧିକାରୀଙ୍କ ଆଲମାରୀକୁ ଚାଲିଯିବ। ଏ ହୁକୁମ ଜାରି ପରେ ପ୍ରଥମ ସିଫ୍ଟ ସକାଳ ୮ଟା ବେଳକୁ କାଜୁଆଲିଟିରେ କର୍ମଚାରୀଙ୍କ ଭିଡ଼ ଦେଖିବାକୁ ମିଳୁଛି।

Share

Leave a Reply