ଅନୁଗୁଳ: ଅନୁଗୁଳ ବ୍ଲକ୍ ଖଲାରି ସରପଞ୍ଚ କନ୍ଦର୍ପ ମହାରଣାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିନେଇ ଡିସେମ୍ବର ୨ ତାରିଖରେ ଭୋଟ ଗ୍ରହଣ ପାଇଁ ସ୍ଥିର ହୋଇଛି। ମୋଟ ୧୩ ଜଣ ୱାର୍ଡ ମେମ୍ବରଙ୍କ ମଧ୍ୟରୁ ୯ ଜଣ ଶ୍ରୀ ମହରଣାଙ୍କ ବିରୋଧରେ ସ୍ବାକ୍ଷର କରିଛନ୍ତି। ତେବେ ଇତି ମଧ୍ୟରେ ୱାର୍ଡ ମେମ୍ବରଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ସରପଞ୍ଚ ନିଜ ସପକ୍ଷରେ ଭୋଟ ପାଇଁ ବିରୋଧୀ ୱାର୍ଡ ମେମ୍ବରଙ୍କୁ ମନାଇବା ପାଇଁ ଜୋର୍ଦାର୍ ଉଦ୍ୟମ ଚଳାଇଛନ୍ତି।
ଡିସେମ୍ବର ୨ରେ ଅନାସ୍ଥା ଭୋଟ
- Post published:November 17, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
