ଅନୁଗୁଳ: ସର୍ବ ଭାରତୀୟ ଜାତୀୟ କଂଗ୍ରେସର ୧୪୦ ତମ ପ୍ରତିଷ୍ଠା ଦିବସ ପାଳିତ। ଏ ଅବସରରେ ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ସୁନିଲ ପ୍ରଧାନଙ୍କ ନେତୃତ୍ୱରେ ଅନୁଗୁଳ କଲେଜ ପ୍ରାଙ୍ଗଣରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପରେ ଜିଲ୍ଲା କଂଗ୍ରେସ ଭବନ ପରିସରରେ ଦଳୀୟ ପତାକାକୁ ଜିଲ୍ଲା ସଭାପତି ସୁନିଲ ପ୍ରଧାନ ଉତ୍ତୋଳନ କରିଥିଲେ।
କାର୍ଯ୍ୟକ୍ରମରେ ଜଗଦାନନ୍ଦ ପ୍ରଧାନ, ସନ୍ତୋଷ କୁମାର ପଟ୍ଟନାୟକ, ନିରଞ୍ଜନ ଦାସ, ତପନ ପଧାନ, ଚିତ୍ତରଞ୍ଜନ ନାଏକ, ଗୋବିନ୍ଦ ନାଏକ, ଅମୂଲ୍ୟ ବେହେରା, ରାକେଶ ମିଶ୍ର, ସଂଜୀବ ମଣ୍ଡୋଠିଆ, ବିନୋଦ ମାଝୀ, ସୁଦୀପ ମିଶ୍ର, ଅଳକା ମହାନ୍ତି, ଅରୂପ ସାମଲ, ଅଳକା ମହାପାତ୍ର, କସିଦା ଖାନ, ସଂଗ୍ରାମ କୁଅଁର, ସଂଗ୍ରାମ ବେହେରା, ଅରୁଣ କୁମାର ଦାସ, ମାନିନୀ ପ୍ରଧାନ, ବାସୁଦେବ ସାମଲ, କୁଞ୍ଜ ବିହାରୀ ନାଏକ, ଅଶୋକ ନାଏକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।


