ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆରେ ଅନୁଗୁଳ କ୍ରିକେଟ ସଂଘ(ଏଡିସିଏ)ର ୨୫ ବର୍ଷ ପୁର୍ତ୍ତି ଉପଲକ୍ଷେ ଏକ ଜାତୀୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି।ଆସନ୍ତା ୨୧ ତାରିଖ ଦିନ ୧୦:୩୦ ରୁ ଏହି ୨୦-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହେବ। ୨୫ ତାରିଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମହାମୁକବିଲାରେ ବଛାବଛା ୮ଟି ଦଳ ଭାଗ ନେବେ। ଓଡିଶା ପୋଷ୍ଟଲ,ସୋଲାର କ୍ରିକେଟ କ୍ଲବ, ୟୁନିୟନ ସ୍ପୋର୍ଟିଂ,ଜାମସେଦପୁର,ଅନୁଗୁଳ,କୋଲକାତା ରେଳବାଇ,ରାଇଜିଙ୍ଗ ଷ୍ଟୁଡେଣ୍ଟ,ଭିଲାଇ ଆଦି ଦଳ ଭାଗ ନେବାକୁ ସ୍ୱୀକୃତି ଦେଇଛନ୍ତି। ସୋମବାର ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଥିନେଇ ସୂଚନା ଦିଆଯାଇଛି।
ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସଙ୍ଘ ସଭାପତି ପ୍ରତାପ ପ୍ରଧାନ କହିଛନ୍ତି ସଂଘର ୨୫ ବର୍ଷ ପୁର୍ତ୍ତି ଅବସରରେ ଜିଲ୍ଲାର ବିଭିନ୍ନ କ୍ରିକେଟ ଦଳକୁ କ୍ରିକେଟ କୀଟ ବଣ୍ଟନ କରାଯିବ। ସହ ଜୁନିଅର ପିଲାମାନଙ୍କୁ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି। ସମାରୋହ ଅବସରରେ ସଂଘର ପୁରୁଣା ପ୍ରତିଷ୍ଠିତ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ରାଜ୍ୟ ୧୯ ବର୍ଷରୁ କମ ବିଭାଗରେ ଅନୁଗୁଳର ୩ ଜଣ ଖେଳାଳି ଅଂଶଗ୍ରହଣ କରିବାର ସୁଯୋଗ ପାଇଥିବାରୁ ଏହା ସଂଘ ପାଇଁ ଗର୍ବର ବିଷୟ ବୋଲି କହିଥିଲେ। ଏହି ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ସାଗର ମିଶ୍ର,ଉପସଭାପତି ପ୍ରଭାତ ସିହ୍ନା,ଅରୁଣ କୁମାର ପୁଷ୍ପାଳକ,ଯୁଗ୍ମ ସମ୍ପାଦକ ଗଙ୍ଗାଧର ପଟନାୟକ ତଥା ବରିଷ୍ଠ ସଦସ୍ୟ,ଶିବ ପ୍ରସାଦ ରାଉତ,ମାୟାଧର ମିଶ୍ର,ବିରେନ ସାମଲ,ଶେଖ ରଫିକ ପ୍ରମୁଖ ଉପସ୍ଥିତ ଥିଲେ ।