ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଆରମ୍ଭ ହେଲା କଦଳୀ ଗଛ ତନ୍ତୁରୁ ପ୍ରସ୍ତୁତ କପଡା ସାନିଟାରୀ ପ୍ୟାଡର ସଚେତନତା କାର୍ଯ୍ୟକ୍ରମ। ଶ୍ରୀ ମାତା ଅମୃତାନନ୍ଦମୟୀ ଦେବୀ ସଂସ୍ଥା ଦ୍ଵାରା ପରିଚାଳିତ ସୌକ୍ଷମ ଏବଂ କେନ୍ଦ୍ର ସରକାରଙ୍କ କୌଶଳ ବିକାଶ ମନ୍ତ୍ରଣାଳୟ ଅଧୀନ ଜନ ଶିକ୍ଷଣ ସଂସ୍ଥାନ ମିଳିତ ଭାବେ ଓଡ଼ିଶାରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ଜିଲ୍ଲାରେ ପାଇଲଟ ପ୍ରକଳ୍ପ ଭାବେ ଆଦିବାସୀ ଆବାସିକ ବିଦ୍ୟାଳୟରେ ଏହା ଚାଲିବ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ତାଳଚେର ଉପଖଣ୍ଡର ଅନନ୍ତବେରିଣୀ ଆଦିବାସୀ ଆବାସିକ ବିଦ୍ୟାଳୟରେ ଏହି ଅଭିଯାନ ଆରମ୍ଭ ହୋଇଛି।
ମୁଖ୍ୟ ଅତିଥି ଭାବେ ସୌକ୍ଷମର ମୁଖ୍ୟ ନିର୍ଦ୍ଦେଶିକା ତଥା ଭାରତର ପ୍ୟାଡ ମହିଳା ଭାବେ ପରିଚିତ ଅଞ୍ଜୁ ବିଷ୍ଠୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଉପଖଣ୍ଡର ସମ୍ପ୍ରସାରଣ ଅଧିକାରିଣୀ ଜୟଶ୍ରୀ ଦଳ, ସୌକ୍ଷମର ଓଡ଼ିଶା ରାଜ୍ଯ ନିର୍ଦ୍ଦେଶକ ଦେବପ୍ରସାଦ ପଟ୍ଟନାୟକ, ଜନ ଶିକ୍ଷଣ ସଂସ୍ଥାନ ଅନୁଗୁଳର ନିର୍ଦ୍ଦେଶକ ସୌରୀ ରଞ୍ଜନ ପଣ୍ଡା, ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ସାହୁ, ଜନ ଶିକ୍ଷଣ ସଂସ୍ଥାନର କାର୍ଯ୍ଯକ୍ରମ ଅଧିକାରିଣୀ ସ୍ଵାତି ସାମଲ, କାର୍ଯ୍ୟକ୍ରମ ସଂଯୋଜକ ଚିତ୍ତ ରଞ୍ଜନ ସାମଲ, ଜୟଶ୍ରୀ ଦଳ ପ୍ରମୁଖ ଉପସ୍ଥିତ ଥିଲେ।