ଅନୁଗୁଳ: ଅନୁଗୁଳ ବ୍ଲକର ୩୪ଟି ପଞ୍ଚାୟତ ସମେତ ଅନୁଗୁଳ ବିଜ୍ଞାପିତ ଅଞ୍ଚଳ ପରିଷଦର ଡ୍ରାଇଭରଙ୍କୁ ନେଇ ଏକ ସାଧାରଣ ବୈଠକ ଚଣ୍ଡିଖମଣ ମନ୍ଦିରରେ ଅନୁଷ୍ଠିତ ହୋଇଛି। ବୈଠକରେ ଡ୍ରାଇଭର ମହାସଂଘ ତରଫରୁ ରାଜ୍ୟ ସରକାରଙ୍କୁ ଯେଉଁ ଦାବିଗୁଡିକ ଦିଆଯାଇଥିଲା, ସେ ବିଷୟରେ ଆଲୋଚନା ହୋଇଥିଲା। ଏହି ଦାବିଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ତିନି ମାସ ସମୟ ନେଇଛନ୍ତି। ଯଦି ସେହି ସମୟ ମଧ୍ୟରେ ଦାବି କାର୍ଯ୍ୟକାରୀ ନ ହୁଏ, ତେବେ ଆଗକୁ ହେବାକୁ ଥିବା ନିର୍ବାଚନରେ ରାଜ୍ୟ ସରକାରଙ୍କୁ କୌଣସି କାର୍ଯ୍ୟରେ ସହଯୋଗ କରାଯିବ ନାହିଁ ବୋଲି ଓଡିଶା ଡ୍ରାଇଭର ମହାସଂଘ ଅନୁଗୁଳ ବ୍ଲକ ସଭାପତି ରବୀନ୍ଦ୍ର କୁମାର ସାହୁ ଚେତାବନୀ ଦେଇଛନ୍ତି।
ଡ୍ରାଇଭର ମହାସଂଘର ବୈଠକ
- Post published:May 29, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau