ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଶିଗଡ଼ ପଞ୍ଚାୟତ ଅନ୍ତର୍ଗତ ନନ୍ଦିନୀପାଲି ଗାଁରେ ଗଣଦୁଷ୍କର୍ମ ପରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ଦ୍ବୟ ହେଲେ ଗ୍ରାମର ଅଜୟ ନାୟକ ଏବଂ ଗଉ ମହାକୁଳ।
ଶନିବାର ଅନୁଗୁଳ ଅତିରିକ୍ତ ଆରକ୍ଷୀ ଅଧିକାରୀ ଅନିଲ କୁମାର ବେଉରାଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍, ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ କରିଥିଲେ। ଏହି ଘଟଣାରେ ପୋଲିସ ୬୦/୨୦୨୫ ରେ ଏକ ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ ଯେ ଶୁକ୍ରବାର ନବ ନିର୍ମିତ ଅଙ୍ଗନ ବାଡ଼ି କେନ୍ଦ୍ର ଭିତରୁ କ୍ଷତବିକ୍ଷତ ଅବସ୍ଥାରେ ନନ୍ଦିନୀପାଲି ଗାଁର ରମ୍ଭା ନାୟକ (୩୨) ଙ୍କ ମୃତ ଦେହ ମିଳିଥିଲା। ପ୍ରାଥମିକ ତଦନ୍ତରୁ ମହିଳାଙ୍କ ଯୌନାଙ୍ଗରେ ଗଭୀର କ୍ଷତ ଥିବା ବେଳେ ଯୌନାଙ୍ଗ ପଟୁ ଅନ୍ତବୁଜୁଳା ବାହାରି ପଡ଼ିଥିଲା। ମୃତକ ରମ୍ଭା ନାୟକଙ୍କ ସ୍ଵାମୀ ଅଜୁ ନାୟକଙ୍କ ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।